Latest Odisha News

BREAKING NEWS

[ଭିଡ଼ିଓ] ସମୁଦ୍ରରେ ସମରାଭ୍ୟାସ ସାଗର କବଚ-୨୦୨୧

ପାରାଦୀପ: ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨୦୨୧। ଜଳପଥକୁ ସୁରକ୍ଷା ଓ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସମୁଦ୍ରରେ ଚାଲିଛି କସରତ । ସମରାଭ୍ୟାସରେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ହୋଇଛନ୍ତି ସାମିଲ । ପ୍ରତ୍ୟେକ ୬ ମାସରେ ଥରେ ମିଳିତ ସମରାଭ୍ୟାସ ଯୋଗେ ସମସ୍ତ ବିଭାଗ ମଧ୍ୟରେ ରଖାଯାଉଛି ସମନ୍ବୟ ।

BjdElectrycity

ଓଡ଼ିଶାର ୮୪୦ କିଲୋମିଟର ବ୍ୟାପୀ ସମୁଦ୍ର ବେଳାଭୂମିରେ ସୁରକ୍ଷାକୁ କଡାକଡି କରାଯାଇଛି । ପାଖାପାଖି ୧୮ ଟି କେନ୍ଦ୍ରିୟ ଓ ରାଜ୍ୟ ସରକାରଙ୍କ ବିଭାଗ ସାମିଲ ହୋଇ ତଟ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି । ମତ୍ସ୍ୟଜୀବୀ ମାନଙ୍କୁ ସଚେତନ କରାଯାଇ ସେମାନଙ୍କୁ ଦିଆଯାଉଛି ସ୍ବତନ୍ତ୍ର ଟ୍ରେନିଂ।

ଏହି ସମରାଭ୍ୟାସରେ ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଟିମ୍ ଗଠନ କରାଯାଇଛି । ତ୍ରିସ୍ତରୀୟ ବ୍ୟବସ୍ଥାରେ ଓଡ଼ିଶା ଉପକୂଳରେ ଚାଲିଛି ସମରାଭ୍ୟାସ । ମଝି ସମୁଦ୍ର ରେ ଇଣ୍ଡିଆନ ନ୍ୟାଭି, ସମୁଦ୍ର କୂଳରେ କୋଷ୍ଟଗାର୍ଡ ଓ ସ୍ଥଳ ଭାଗରେ ବିଭିନ୍ନ ବିଭାଗର କର୍ମଚାରୀ ସାମିଲ ହୋଇଛନ୍ତି ଏହି ସମରାଭ୍ୟାସରେ । ଜଳପଥକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ଆସନ୍ତା କାଲି ରାତ୍ରି ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.