Latest Odisha News

BREAKING NEWS

ବାଲେଶ୍ଵରରେ କୋଭିଡ-୧୯ ହସ୍ପିଟାଲ; ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)ର ମିଳିତ ସହଯୋଗରେ ଓଡିଶା ସରକାର ବାଲେଶ୍ଵର ଜିଲ୍ଲାରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ମଧ୍ୟ କରିଛନ୍ତି।

 

ଏଥିପାଇଁ ଓଏଚପିସି ଆର୍ଥିକ ଅନୁଦାନ ଦେଉଥିବା ବେଳେ ପ୍ରାୟ ୧୨୦ ଶଯ୍ୟା ଏବଂ ୧୨ ଆଇସିୟୁ ସୁବିଧା ଥିବା ଜ୍ୟୋତି ହସ୍ପିଟାଲ୍ ଦ୍ୱାରା ଏହା ପରିଚାଳିତ ହେଉଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦଶଟି କୋଭିଡ-୧୯ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇସାରିଛି।

 

ପାରାଦୀପ ପୋର୍ଟ ଟ୍ରଷ୍ଟ ଏବଂ ନାଲକୋ ସହଯୋଗରେ ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲ୍ଲାରେ ଆଉ ଦୁଇଟି ଉତ୍ସର୍ଗୀକୃତ ଡାକ୍ତରଖାନା ପ୍ରସ୍ତୁତ ହେଉଛି।

Comments are closed.