ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଜାରି ରହିବ ଲକଡାଉନ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାମ ଉପରକୁ କଟକଣା କୋହଳ କରାଯାଇଛି । ଏନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି ।
ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ। ଧାନ ବୁଣିବା ଏବଂ ଅମଳ କରିପାରିବେ ଚାଷୀ । ଚାଷ କାର୍ୟ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ବ୍ୟବହାର ହୋଇପାରିବ । ଏହା ସହିତ ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ଖୋଲା ରହିବ, ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ, ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ ବୋଲି ଏସ୍ଆର୍ସି କହିଛନ୍ତି।
ସେହିପରି ଲକଡାଉନ୍ ବେଳେ ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି । ଠିକ୍ ସେହିପରି ମତ୍ସ୍ୟ ପାଳନ ଓ ଚାଷ କାର୍ୟ୍ୟ ଚାଲୁ ରହିବ। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ୟ୍ୟ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
BREAKING NEWS
- Bali Jatra Tragedy: ବାଲିଯାତ୍ରାରେ ବଡ ଅଘଟଣ! ଦୋଳିରେ ଝୁଲୁଥିବା ବେଳେ ଖସିପଡିଲେ ୨ ଯୁବକ, ଜଣେ ମୃତ, ଆଉ ଜଣେ କରୁଛି ଜୀବନ ସହ ସଂଘର୍ଷ
- Union Cabinet Meeting: ମହିଳା ସଂରକ୍ଷଣ ବିଲ୍କୁ ନେଇ ମୋଦୀଙ୍କ ବଡ଼ ଚାଲ୍! ସଂସଦ ଅଧିବେଶନ ପୂର୍ବରୁ ଆଜି ବସୁଛି କ୍ୟାବିନେଟ୍, ୮୫୦ ହେବ ଲୋକସଭା ଆସନ?
- Ex-Gratia Relief: ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ମିଳିବ ଆଉ ୪ ଲକ୍ଷ! ଏବର୍ଷ ବିପର୍ଯ୍ୟୟ ନେଇଛି ୪୭୪ ଜୀବନ…
- Odisha Jobs Bonanza: ଓଡ଼ିଶାରେ ଖୋଲିବ ନିଯୁକ୍ତିର ନୂଆ କବାଟ! ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ରୋଜଗାର! ଝାରସୁଗୁଡ଼ାରେ ବେଦାନ୍ତର ବଡ଼ ଉପହାର…
- Odisha Freezes: ରାଜ୍ୟକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ! ୪ ଡିଗ୍ରୀ ଖସିବ ପାରଦ, ଘାରିଲାଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା…
- ନକଲି ବିଜ୍ଞାପନ; ବି.ଟି.ଏମ୍ ଓ ଏ.ଟି.ଏମ୍ ପଦବୀରେ ନିଯୁକ୍ତି ନେଇ ମିଥ୍ୟା ଖବର ପ୍ରସାର
- ସହରରେ ଆବାସିକ ବ୍ୟବସାୟୀଙ୍କ ବ୍ୟବସାୟୀ ପ୍ରତିଷ୍ଠାନ ଭଙ୍ଗା ହେବନାହିଁ: ମନ୍ତ୍ରୀ
- ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍: ଓଡ଼ିଆ ଝିଅ ସବିତା ଟପ୍ପୋଙ୍କ ସ୍ୱର୍ଣ୍ଣିମ ସଫଳତା
- ତିରୁମାଲା ମନ୍ଦିରକୁ ୧୨୧ କେଜି ସୁନା ଦାନ କରି ଚର୍ଚ୍ଚାରେ ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ; ଜାଣନ୍ତୁ କିଏ ଏହି ଶିଳ୍ପପତି?
- ପରଦା ପଛରେ ରହି ୬ ଭାରତୀୟ କ୍ରିକେଟରଙ୍କୁ ‘ଷ୍ଟାର୍’ କରିଛନ୍ତି ଯୁବରାଜ
Comments are closed.