Latest Odisha News

BREAKING NEWS

ମାସ୍କ କିଣାକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସାମଗ୍ରୀ କିଣାକୁ ନେଇ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି । ବିରୋଧୀ ବିଜେପି ଓ କଂଗ୍ରେସର ତୁହାକୁ ତୁହା ଅଭିଯୋଗ ପରେ ଆଜି ସ୍ପଷ୍ଟୀକରଣ ରଖିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସାଂସଦ ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର ସରକାର ଯେଉଁ ଦର ନିର୍ଦ୍ଧାରିତ କଲେ, ରାଜ୍ୟ ସରକାର ସେହି ଦରରେ ମାସ୍କ କିଣିଛନ୍ତି । କିଛି ବି ଦୁର୍ନୀତି ହୋଇନି । କଂଗ୍ରେସ ଅପପ୍ରଚାର କରୁଛି । ଶସ୍ତା ରାଜନୀତି ଛାଡି ସତ ସାହାସ ଅଛି ଯଦି କଂଗ୍ରେସ ହାଇକୋର୍ଟ ଯାଉ ବୋଲି ବିଜେଡି କହିଛି ।

ସେପଟେ ବିଜେଡିର ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି, ବିପତ୍ତି ବେଳେ ଭ୍ରଷ୍ଟାଚାର ନହେଉ । ସରକାର ସ୍ପଷ୍ଟ କରିବା ଦରକାର ଯେ, କେଉଁଠି ଚୋରି ହୋଇଛି । ହୋଲସେଲ ଦରଠାରୁ ଅଧିକ ଦର ଦେଇ ମାସ୍କ କିଣାଯାଇଛି । ଯେଉଁମାନେ ଅନୁମୋଦନ ଦେଇଛନ୍ତି ସେହି ମନ୍ତ୍ରୀ ଗୋଷ୍ଠୀ ହିଁ ଦାୟୀ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ସ୍ମାରକପତ୍ର ଦେଇଛି । ମହାମାରୀ ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ସେହିପରି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଭେଟି କଂଗ୍ରେସ କର୍ମୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.