Latest Odisha News

BREAKING NEWS

ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଲାଣି । ଏହାରି ଭିତରେ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ଏହି ନୂତନ ନିୟମ ଅନୁଯାୟୀ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ କୋଭିଡ୍‌-୧୯ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି ।

ଗୁରୁତ୍ବପୂର୍ଣ୍ଣ କଥା ଯେ, କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ, ଯାତ୍ରୀମାନେ ସେମାନଙ୍କ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍‌-୧୯ ପରୀକ୍ଷା କରାଇବେ । ଏବଂ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ସହ ଯାତ୍ରୀମାନଙ୍କୁ ବିମାନରେ ଚଢ଼ିବା ପୂର୍ବରୁ ବିମାନ ବନ୍ଦରରେ କରୋନା ଭାଇରସ୍‌ ସ୍କ୍ରିନିଂ ଟେଷ୍ଟ କରାଯିବ । ଏହାସହ ନିଜର ନେଗେଟିଭ୍‌ ରିପୋର୍ଟ ଏୟାର ଇଣ୍ଡିଆ ଏକ୍ସପ୍ରେସର ପୋର୍ଟାଲରେ ଅପ୍‌ଲୋଡ କରିବା ସହ ସେଲ୍ଫ ଡିକ୍ଲାରେସନ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

Leave A Reply

Your email address will not be published.