Latest Odisha News

BREAKING NEWS

୨୭ରେ ଭାରତ ଖେଳନା ମେଳାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ‘ଭାରତ ଖେଳନା ମେଳା’କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହାର ଉଦଘାଟନ କରିବେ । ଛୋଟ ପିଲାମାନଙ୍କର ମସ୍ତିକ ଓ ଅନ୍ୟାନ୍ୟ ବିକାଶ ପାଇଁ ଖେଳନା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗତ ଅଗଷ୍ଟା ମସର ମନ କୀ ବାତରେ ଏ ନେଇ ଆଲୋକପାତ କରିଥିଲେ । ଦେଶରେ ଅଧିକରୁ ଅଧିକ ଖେଲଣା ତିଆରି କାରଖାନା ପ୍ରତିଷ୍ଠା ନେଇ ସେ ଗୁରୁତ୍ୱାରୋପ କରିଥିଲେ ।

ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାରେ କ୍ରେତା, ବିକ୍ରେତା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଡିଜାଇନର ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । ବିଭିନ୍ନ ରାଜ୍ୟରୁ ପ୍ରାୟ ୧ହଜାର ଷ୍ଟଲ ପଡିବ । ଏଠାରେ ସରକାର ଓ ଖେଳନା ତିଆରି କମ୍ପାନି ମାନେ ଏକାଠି ହୋଇ ଖେଳନାକୁ ନେଇ କିପରି ଅଧିକ ଅଧିକ ବ୍ୟବସାୟ ହୋଇପାରିବ ସେ ନେଇ ଆଲୋଚନା ହେବ ।

Leave A Reply

Your email address will not be published.