Latest Odisha News

ଅଣସଂରକ୍ଷିତ ଟିକେଟ୍ ଲାଗି UTS On Mobile ଆପର ପୁନଃ ଆରମ୍ଭ ନେଇ ରେଲୱେର ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିବା ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଆରମ୍ଭ ହେବ । ଦେଶର ନିର୍ଦ୍ଦିଷ୍ଟ କେତେକ ଜୋନରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଥରେ ଆରମ୍ଭ ହେଉଥିବା ବେଳେ ଷ୍ଟେସନରେ ଥିବା ରେଲୱେ ଟିକେଟ୍ କାଉଣ୍ଟରରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ୟୁଟିଏସ୍ ଅନ୍ ମୋବାଇଲ୍ ଆପ୍ ଉପରେ ଗୁରୁତ୍ୱ ଦେଇଛି ରେଲୱେ ।

ଅଣସଂରକ୍ଷତି ରେଳ ଯାତ୍ରା ଆରମ୍ଭ ହୋଇଥିବା ଜୋନରେ ଅଣସଂରକ୍ଷିତ ଟିକେଟ୍ ଟ୍ରେନ୍ ଟିକେଟ୍ ଲାଗି ୟୁଟିଏସ୍ ଅନ୍ ମୋବାଇଲ୍ ଆପ୍ ବ୍ୟବହାର କରାଯିବ । ଏହି ଆପ୍ ବ୍ୟବହାର ଦ୍ୱାରା ଅଣସଂରକ୍ଷିତ ବର୍ଗରେ ଯାତ୍ରା କରିବାକୁ ଥିବା ଯାତ୍ରୀ ରେଲୱେ ଟିକେଟ୍ କାଉଣ୍ଟର ପରିବର୍ତ୍ତେ ମୋବାଇଲରେ ଟିକେଟ କାଟି ପାରିବେ । ଏହା ଫଳରେ ଷ୍ଟେସନର ଟିକେଟ କାଉଣ୍ଟର ଗହଳି ହେବ ନାହିଁ ଏବଂ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ।

ସବ୍-ଅର୍ବାନ୍ ସେକ୍ସନରେ ୟୁଟିଏସ୍ ଅନ୍ ମୋବାଇଲ୍ ଆପ୍ ସେବା ଆରମ୍ଭ କରାଯାଇଛି । ନନ୍-ସବଅର୍ବାନ୍ ସେକ୍ସନରେ ଏହି ସେବା ପୁନଃ ଆରମ୍ଭ କରାଯିବ । ଜୋନାଲ ରେଲୱେରେ ଅଣସଂରକ୍ଷିତ ଟ୍ରେନ୍ ସେବା ଆରମ୍ଭ ଅନୁସାରେ କର୍ତ୍ତୃପକ୍ଷ ୟୁଟିଏସ୍ ଅନ୍ ମୋବାଇଲ୍ ଆପକୁ ସକ୍ରିୟ କରିବା ନେଇ ରେଲୱେ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.