Latest Odisha News

BREAKING NEWS

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକା ପ୍ରମାଣପତ୍ର । ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆଜିଠୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ହେବନି । କିନ୍ତୁ ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଶ୍ରୀମନ୍ଦିରରେ ଦର୍ଶନ କଟକଣାକୁ କୋହଳ କରାଯାଇଛି । ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯାଇଥିଲା । ମାର୍ଚ୍ଚ ୨୨ ତାରିଖରୁ ବନ୍ଦ ହୋଇଥିବା ସର୍ବସାଧାରଣ ଦର୍ଶନ । ପରେ ସଂକ୍ରମଣ କମିବାରୁ କଟକଣାଯୁକ୍ତ ଦର୍ଶନ ଚାଲିଥିଲା । କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇ ଭିତରକୁ ଯାଉଥିଲେ ଭକ୍ତ ।

Comments are closed, but trackbacks and pingbacks are open.