Latest Odisha News

BREAKING NEWS

ମହାରାଷ୍ଟ୍ରରେ ଲାଗିବ ଲକଡାଉନ୍ ? ଆଜି ଟାକ୍ସଫୋର୍ସ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁମ୍ୱାଇ: ମହାରାଷ୍ଟ୍ରରେ ସଂକ୍ରମଣ ମହାରୂପ ଧାରଣ କରିଛି । ଦୈନିକ ୫୦ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି । ନିୟନ୍ତ୍ରଣ ବାହାରକୁ ଯାଉଛି ସ୍ଥିତି । ରାଜ୍ୟରେ ଲକଡାଉନ୍ ଲାଗୁ ହେବ କି ? ଏସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କୁହାଯାଉଛି, ଏଠାରେ ବିଚାରବିମର୍ଶ ପରେ ଲକଡାଉନ୍ ଘୋଷଣା କରିପାରନ୍ତି ଉଦ୍ଧାବ ଠାକରେ । ଗତକାଲି ସର୍ବଦଳୀୟ ବୈଠକରେ ରାଜ୍ୟରେ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ମହାରାଷ୍ଟ୍ରରେ ଲକଡାଉନ୍ ନେଇ ପ୍ରାକ୍ ସଙ୍କେତ ମିଳିଛି । ତେବେ କେତେଦିନ ହେବ ଲକଡାଉନ୍ ? ଔପଚାରିକ ଘୋଷଣା ପରେ ସ୍ପଷ୍ଟ ହୋଇପାରେ । କିନ୍ତୁ ସଂକ୍ରମଣର ବର୍ଦ୍ଧିତ ହାରକୁ ଦେଖିଲେ ମହାରାଷ୍ଟ୍ରରରେ ଦୁଇ ସପ୍ତାହ ଲକଡାଉନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଲକଡାଉନ୍ ହେଲେ ସାଧାରଣ ଲୋକଙ୍କ ଯାଆସ ପଠପ୍ ହେବ । ଜରୁରୀ କାମ ନଥିଲେ ଘରୁ ବାହାରିବା ଉପରେ ଲାଗିପାରେ ପ୍ରତିବନ୍ଧକ। ତେବେ ମାଲ ପରିବହନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସର ବୈଠକ ପରେ ଲକଡାଉନ୍ ନିଷ୍ପତ୍ତି ଉପରେ ମୋହର ମାରି ପାରନ୍ତି ଉଦ୍ଧବ ଠାକରେ । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୩୩ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.