Latest Odisha News

BREAKING NEWS

ଚିନ୍ତା ବଢ଼ାଉଛନ୍ତି ଜି-କେ-ଜେ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନାର ଲମ୍ବା ଡିଆଁ । ପ୍ରତିଦିନ ପାଞ୍ଚ ଶହ ଉପରେ ପଜିଟିଭ କେସ ଆସୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଏବେ ଟେନସନ୍ । ବିଶେଷ କରି ଜି-ଜେ-କେ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ହୋଇଛନ୍ତି । ଜି-ଗଞ୍ଜାମ, ଜେ-ଯାଜପୁର ଓ କେ-ଖୋର୍ଦ୍ଧା । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୪୬ ପ୍ରତିଶତ କେବଳ ଏହି ତିନି ଜିଲ୍ଲାର ସଂକ୍ରମିତ ।

ରାଜ୍ୟରେ ମୋଟ୍ ପଜିଟିଭ କେସ ରହିଛି ୧୩ ହଜାର ୧୨୧। ଗଞ୍ଜାମ-ଖୋର୍ଦ୍ଧା-ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬୪ । ଗତ ତିନି ଦିନରେ ରାଜ୍ୟରୁ ଯେତିକି ପଜିଟିଭ ବାହାରିଛନ୍ତି ତାର ୬୦ ପ୍ରତିଶତ କେବଳ ଏହି ତିନିଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି । ଗତ ତିନି ଦିନରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୨୦ ଜଣ । କିନ୍ତୁ ତିନିଟି ଜିଲ୍ଲାରେ ଚିହ୍ନଟ ହୋଇଥିଲେ କେବଳ ୧ ହଜାର ୧୬୩ ।

କରୋନା ସହ ଜୁଝି ହେଉଛି ଗଞ୍ଜାମ ଜିଲ୍ଲା । ଗତ ତିନି ଦିନରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୬୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୮୬୪ । ଆକ୍ଟିଭ୍ କେସ୍ ରହିଛି ୧ ହଜାର ୭୪୫ । କରୋନା ନେଇଛି ୩୯ ଜୀବନ । ମୁଣ୍ଡ ବିନ୍ଧାର କାରଣ ହୋଇଛି ଖୋର୍ଦ୍ଧା । ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା । ଗତ ତିନି ଦିନରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ନୂଆ ୧୭୨ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୩୦୨। ଆକ୍ଟିଭ୍ କେସ ୪୨୫ ଟି । ୯ ଜଣ ପ୍ରାଣ ହରାଇଛନ୍ତି ।ପୁଣି ଥରେ ଚିନ୍ତାର କାରଣ ହୋଇଛି ଯାଜପୁର । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କହୁଛି, ଗତ ତିନି ଦିନରେ ଜିଲ୍ଲାରୁ ବାହାରିଛି ନୂଆ ୨୨୩ ଭୂତାଣୁ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ କୁ ବୃଦ୍ଧି ପାଇଛି । ୩୬୭ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.