Latest Odisha News

BREAKING NEWS

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ସଂକ୍ରମିତଙ୍କ ସହିତ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୭୪୦ ଜଣରେ ପହଞ୍ଚିଛି । ରବିବାର ୨୧୪ ଜଣ ସୁସ୍ଥ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତ ୨୫ଟି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଆଉ ବାକି ୫ଟି ଜିଲ୍ଲାରେ ଆଦୌ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ଚିହ୍ନଟ ହୋଇଥିବା ଜିଲ୍ଲା ଗୁଡ଼ିକ ହେଉଛି-

ବାଲେଶ୍ୱର- ୨

ବରଗଡ଼- ୩

ଭଦ୍ରକ- ୨

ବଲାଙ୍ଗୀର- ୩

କଟକ- ୩୧

ଢ଼େଙ୍କାନାଳ- ୨

ଗଞ୍ଜାମ- ୫

ଜଗତସିଂହପୁର- ୫

ଯାଜପୁର- ୮

ଝାରସୁଗୁଡ଼ା- ୧

କଳାହାଣ୍ଡି- ୩

କନ୍ଧମାଳ- ୧

କେନ୍ଦ୍ରାପଡ଼ା- ୪

କେଉଁଝର- ୨

ଖୋର୍ଦ୍ଧା- ୪୮

କୋରାପୁଟ- ୫

ମୟୂରଭଞ୍ଜ- ୪

ନବରଙ୍ଗପୁର- ୫

ନୟାଗଡ଼- ୮

ନୂଆପଡ଼ା- ୮

ପୁରୀ- ୪

ରାୟଗଡ଼ା- ୨

ସମ୍ବଲପୁର- ୨

ସୋନପୁର- ୩

ସୁନ୍ଦରଗଡ଼- ୪୯

ଷ୍ଟେଟପୁଲ- ୧୧

ଏହା ସହିତ ମୋଟ୍ କୋଭିଡ ପରୀକ୍ଷା ସଂଖ୍ୟା ୩, ୩୨, ୩୩, ୬୫୭ ରେ ପହଞ୍ଚିଛି । ମୋଟ୍ ସଂକ୍ରମିତ ହୋଇଛନ୍ତି ୧୩, ୨୮, ୪୬୫ ଜଣ ଏବଂ ସୁସ୍ଥ ହୋଇଛନ୍ତି ୧୩, ୧୭, ୪୯୨ ଜଣ ।

Leave A Reply

Your email address will not be published.