Latest Odisha News
Browsing Tag

covid

କୋଭିଡ୍ ପ୍ରେସମିଟରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୭୦ ଲକ୍ଷ

ଭୁବନେଶ୍ୱର: ୨୦୨୦ରେ କୋଭିଡ୍ ପାଇଁ ସରକାର ନିୟମିତ ପ୍ରେସମିଟ୍ କରୁଥିଲେ । ଆଉ ଏହି ପ୍ରେସମିଟରେ ରାଜ୍ୟ ସରକାର ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପ୍ରେସମିଟ୍ ମାଧ୍ୟମରେ ଅଧିକାରୀ ଓ ଡାକ୍ତର କୋଭିଡ୍ ସମ୍ବନ୍ଧୀୟ ସୂଚନା ଓ ତଥ୍ୟ ଦେଉଥିଲେ । ଓଡ଼ିଶା…

ଦେଶରେ ୨୪ ଘଣ୍ଟାରେ କରୋନାରେ ୨୭ ଜଣଙ୍କ ମୃତ୍ୟୁ, ୬୦ ହଜାର ଟପିଲା ସକ୍ରିୟ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୬୦ ହଜାର ପାର୍ କରିଛି । ଗତ ୨୪…

କୋଭିଡ ଭୟରେ ପୁଅକୁ ଧରି ତିନି ବର୍ଷ ଘରେ ବନ୍ଦୀ ଥିଲେ ମହିଳା; ସ୍ୱାମୀଙ୍କୁ ବି ଆସିବାକୁ ଦେଇ ନ ଥିଲେ

ନୂଆଦିଲ୍ଲୀ:  ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ   ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି ।  ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା…

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ଏହି ୬ ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଚୀନରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷଜ୍ଞଙ୍କ କହିବା କଥା, ନୂଆ ବର୍ଷରେ ଏହି ସ୍ଥିତି ଆହୁରି ବିଗିଡ଼ି ପାରେ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁବର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ପହିଲାରୁ ୬ ଦେଶରୁ…

ଚୀନ ଭଳି ବ୍ରିଟେନରେ ସ୍ଥିତି ସାଂଘାତିକ କଲାଣି କରୋନା

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ସାରା ଦୁନିଆ ଚିନ୍ତାରେ ରହିଛି । ଏବେ ବ୍ରିଟେନରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଲାଣି । ବିଟ୍ରେନର କୋଭିଡର ପଞ୍ଚମ ପ୍ରବାହ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ସରକାର ନୂଆବର୍ଷରୁ ନିୟମିତ କୋଭିଡ୍ ତଥ୍ୟ ଦେବା…

ବଢୁଛି କରୋନା ଭୟବହତା: ଜାପାନରେ ୪୧ ଶିଶୁ ମୃତ, ମିଆଁମାର ସୀମା ସିଲ୍ କଲା ଚୀନ

ଟୋକିଓ: ଚୀନ ପରେ ଜାପାନରେ କରୋନାର ଭୟବହତା ବଢିବାରେ ଲାଗିଛି । ଜାପାନ ଟାଇମ୍ସ ଅନୁସାରେ, ଏହା ୮ମ ଲହର  । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣରୁ ଶିଶୁମାନଙ୍କ ଜୀବନ ଯାଉଛି । ୮ ମାସରେ ୪୧ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଚୀନରେ ସ୍ଥିତି ସଙ୍ଗୀନ ଦେଖି ଜାପାନ ଭୟଭୀତ ହୋଇଛି । ବିଶେଷଜ୍ଞଙ୍କ…

ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ବଢ଼ିଲାଣି ଚିନ୍ତା । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିବେ । ଅପରାହ୍ଣ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ…

ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ !

ଭୁବନେଶ୍ୱର : ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ଖବରରେ ସୂଚନା ଦିଆଯାଇଛି । ଚୀନରେ କୋଭିଡ ଆତଙ୍କକାରୀ ରହିଛି ଏହି…

‘କୋଭିଡ୍ ଯାଇନି, ଭିଡ଼କୁ ଗଲେ ମାସ୍କ ପିନ୍ଧ ଓ ପ୍ରିକସନ୍ ଡୋଜ୍ ନିଅ’

ନୂଆଦିଲ୍ଲୀ : କୋଭିଡ-୧୯ ଏଯାଏଁ ଯାଇନି । କେନ୍ଦ୍ର ସରକାର ଦେଲେ ଚେତାବନୀ । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଦେଲେ ପରାମର୍ଶ । ଚୀନରେ କୋଭିଡ୍ କେସ୍ ବୃଦ୍ଧିକୁ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ହାଇଲେବଲ୍ ବୈଠକ ହୋଇଛି ।…