ପୁରୀ : ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ଶହେ ଉପରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର । ତେବେ ଶ୍ରୀମନ୍ଦିରରେ ସଂପୂର୍ଣ୍ଣ କୋଭିଡ କଟକଣା ଲାଗୁ କରାଯିବ । ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦେବ ପ୍ରଶାସନ । ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯିବ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ନିବେଦନ କରିଛି । ସମସ୍ତ ସେବାୟତଙ୍କୁ ଟିକାକରଣ କାର୍ଯ୍ୟରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ବରୁ ଟିକାକରଣ କରାଯିବ ।
ସେହିପରି ଆସନ୍ତା ୨୮ ତାରିଖରେ ପଡୁଥିବା ଦୋଳପୂର୍ଣ୍ଣିମା ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ମେଣ୍ତା ପୋଡି, ଦୋଳପୂର୍ଣ୍ଣିମା, ସୁନାବେଶ ନୀତିକାନ୍ତିକୁ ଅନୁମୋଦନ କରିଛି ଛତିଶା ନିଯୋଗ । ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ନାୟକଙ୍କ ସହ ସମସ୍ତ ସେବାୟତ ନିଯୋଗର ପ୍ରତିନିଧି ସାମିଲ ହୋଇଥିଲେ ।
Comments are closed.