Latest Odisha News

BREAKING NEWS

ଜାତୀୟ ସବଜୁନିୟର ମହିଳା ଏକାଡେମୀ ହକି : ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ଭୁବନେଶ୍ୱର: ହକି ଇଣ୍ଡିଆ ଓ ନାଭାଲ ଟାଟା ହକି ଏକାଡେମୀ ପକ୍ଷରୁ ଆୟୋଜିତ ଜାତୀୟ ସବ ଜୁନିୟର ମହିଳା ଏକାଡେମୀ ହକିର ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୨୪ରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ମଧ୍ୟପ୍ରଦେଶ ହକି ଏକାଡେମୀକୁ ସାଇ ଏକାଡେମୀ ଭେଟିବ ।

ଏହା ଅପରାହ୍ନ ୪ଟା ୩୦ରୁ ଖେଳାଯିବ । ସେହିପରି ଦ୍ୱିତୀୟ ସେମିଫାଇନାଲ ଓଡିଶାର ନାଭାଲ ଟାଟା ହକି ଏକାଡେମୀ ଓ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ ମଧ୍ୟରେ ଖେଳାଯିବ । ଏହା ସନ୍ଧ୍ୟା ୬ଟା୩୦ରୁ ଆରମ୍ଭ ହେବ ।

Leave A Reply

Your email address will not be published.