ପୁରୀ : ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ମହିଳା ଓ ଜଣେ ପୁରୁଷ । ସେମାନଙ୍କ ପରିଚୟ ମିଳିନାହିଁ । ମହାମାରୀ କରୋନା କାରଣରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି । ହେଲେ ଏମାନେ କିଭଳି ମନ୍ଦିରରେ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏକ ବୋଲେରୋରେ ଆସିଥିଲେ ଜଣେ ପୁରୁଷ ଓ ଜଣେ ମହିଳା । ଏପରିକି ସେମାନେ କେଉଁଠୁ ଆସିଛନ୍ତି, ସେନେଇ ମଧ୍ୟ ପକୌଣସି ଉତ୍ତର ଦେଇନଥିଲେ । ଏମାନଙ୍କ ସହ ବାହାର ରାଜ୍ୟର ଦୁଇ ପୋଲିସ କର୍ମଚାରୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିବା ଜଣାପଡିଛି । ଏନେଇ ସେମାନଙ୍କୁ ପଚରାଯିବାରୁ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିନଥିବା କହିଛନ୍ତି । ସାଧାରଣ ଭକ୍ତଟିଏ କୋଭିଡ କଟକଣା ପାଇଁ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ପାରୁନଥିବା ବେଳେ, ଏହି ବ୍ୟକ୍ତିମାନେ କାହା ସହିତ ଯୋଗାଯୋଗ କରି ବେଆଇନ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କଲେ ? ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
Comments are closed.