Latest Odisha News

BREAKING NEWS

ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମାନିଲେନି ଶ୍ରାବଣ କଟକଣା

ଭଦ୍ରକ : ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ । ନିୟମକୁ ନମାନି ଜଳାଭିଷେକ କଲେ ଶତାଧିକ ଭକ୍ତ । ମହାମାରୀ କରୋନାର ଭୟାଭୟତାକୁ ଦେଖି ସରକାର ବନ୍ଦ କରିଥିଲେ ଆଖଣ୍ଡମଣୀଙ୍କ ଶ୍ରାବଣୀ ମେଳା । କୌଣସି ଶିବାଳୟରେ କାଉଡ଼ିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ସରକାର । କିନ୍ତୁ ଆଜି ଏହି କଟକଣାର ପୂରାପୂରି ବେଖାତିର କରିଥିଲେ ଭକ୍ତ ।

କଟକଣା ଅନୁସାରେ, ଜଳାଭିଷେକେ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ ଅଗଷ୍ଟ ଗାଇଡଲାଇନ୍ କୋହଳ ହେବା ପରେ ଆଜି ଆଖଣ୍ଡଳମଣୀଙ୍କ ମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଶତାଧିକ କାଉଡିଆ ମହାଦେବଙ୍କୁ ଜଳଲାଗି କରିଥିଲେ । କରୋନା କଟକଣାର ସଂପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ବେଳେ, ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇଥିଲା ।

Comments are closed.