Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ରହିଛି ଟିକାକରଣ । କିପରି ସଂକ୍ରମଣକୁ ରୋକାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ଅଭାବ କାରଣରୁ ରାଜ୍ୟରେ ବାଧାପ୍ରାପ୍ତ ହେଉଛି ଟିକାକରଣ । ପର୍ଯ୍ୟନ୍ତ ଟିକା ନଥିବାରୁ ଆସନ୍ତା ରାଜ୍ୟର ୯ଟି ଜିଲ୍ଲା ବନ୍ଦ ରହିବ ଟିକାକରଣ ।

ସୂଚନା ଅନୁଯାୟୀ, ଏହି ୯ଟି ଜିଲ୍ଲା ମଧ୍ୟରେ ଅଛନ୍ତି ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଓ ସୋନପୁର । ଟିକା ନଥିବାରୁ ଏହି ୯ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୪ ହଜାର ୭୦ ଡୋଜ୍ କୋଭିସିଲ୍ଡ ଟିକା ଥିବା ବେଳେ, ୩ ଲକ୍ଷ ୧୮୦ ଡୋଜ୍ କୋଭାକ୍ସିନ ମହଜୁଦ୍ ରହିଛି ।

Leave A Reply

Your email address will not be published.