ରାଉରକେଲା: ସୁନ୍ଦରଗଡ ପାନପୋଶ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ପାଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ଏହି କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି।
ଅନ୍ୟ କର୍ମଚାରୀମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କ କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି।
ଏହି କାର୍ଯ୍ୟାଳୟରେ ସାନିଟାଇଜେସନ୍ କାର୍ଯ୍ୟ ଆରମ୍ଭ ହୋଇଛି।
Comments are closed.