Latest Odisha News

BREAKING NEWS

ଭୁୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ । ବିଏମସି ପକ୍ଷରୁ ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନର ଏହି ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି ।

କଣ୍ଟେନମେଣ୍ଟ ଅଞ୍ଚଳରେ ୭ଦିନ କଟକଣା ଲାଗୁ ହେବା ଏହି ସମୟରେ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ଝାରପଡ଼ା ବାଲାଜି କମ୍ପେ୍ଲକ୍ସ ଫ୍ଲାଟ୍ ନମ୍ବର ୧୨୭, ଝାରପଡ଼ା ଜଗନ୍ନାଥ ଆଭେନ୍ୟୁ ପ୍ଲଟ ନମ୍ବର ୫୧୬, କଂଗ୍ରେସ ଭବନ ନିକଟ ୟୁନିଟ୍-୨ କ୍ୱାର୍ଟର ନମ୍ବର ଭିଏ-୩୪/୧, ଓଲ୍ଡ ପୋଷ୍ଟ ଅଫିସ ଲେନ ବୁଦେ୍ଧଶ୍ୱରୀ କଲୋନୀ ପ୍ଲଟ ନମ୍ବର ୮୧୬, ଝାରପଡ଼ା ମାଜେଷ୍ଟି ଆପାର୍ଟମେଣ୍ଟ ପ୍ଲଟ ନମ୍ବର-୬୬୬, କଳ୍ପନା ସରକାରୀ କ୍ୱାର୍ଟର ୨ଆରବି/୨୧୨, ଗୌରୀ ନଗର ପ୍ଲଟ ନମ୍ବର ୩୨୬୯କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଓଡ଼ିଶାରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୪ହଜାର ଟପିଛି । ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକାଧିକ ପଜିଟିଭ୍ ଚିହ୍ନଟ ହେବା ପରେ ଏହିଭଳି ପଦକ୍ଷେପ ନିଆଯାଇଛି ।

Comments are closed.