Latest Odisha News

BREAKING NEWS

ଶୀତ ଅଧିବେଶନ ପୂର୍ବରୁ ଆଜିଠୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜିଠୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଚ । ଆଜିଠାରୁ ୩ଦିନ ଧରି ଚାଲିବ କରୋନା ପରୀକ୍ଷା । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ । ପଜିଟିଭ୍ ଆସିଲେ କ୍ୱାରେଣ୍ଟାଇନରେ ରହିବେ ମନ୍ତ୍ରୀ, ବିଧାୟକ ଓ ବିଧାନସଭା କର୍ମଚାରୀ ।

କରୋନା କଟକଣା ଭିତରେ ବିଧନାସଭାର ଶୀତ ଅଧିବେଶନ ଅନୁଷ୍ଠିତ ହେବ । ପୂର୍ବରୁ ମୌସୁମୀ ଅଧିବେଶନ ବି କଟକଣା ଭିତରେ ସରିଥିଲା । ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ଆସନ୍ତାକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି ।

Leave A Reply

Your email address will not be published.