Latest Odisha News

BREAKING NEWS

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ ଆତଙ୍କବାଦୀଙ୍କୁ ଏବେ ଅଧିକାରୀମାନେ ପଚରାଉଚରା ଆରମ୍ଭ କରିଛନ୍ତି। ଏହି ଦୁଇ ଆତଙ୍କୀ ହେଉଛନ୍ତି ଜମ୍ମୁ-କଶ୍ମୀରର ୨୨ ବାର୍ଷିୟ ଅବଦୁଲ ଲତିଫ ମିର୍‌ ଓ ୨୦ ବାର୍ଷିୟ ମହମ୍ମଦ ଅସରଫ ଖତାନା।

ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ରାତି ପ୍ରାୟ ୧୦.୧୫ ସମୟରେ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଏହି ଦୁଇ ଜଣଙ୍କୁ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଛି।

Leave A Reply

Your email address will not be published.