Latest Odisha News

BREAKING NEWS

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ପାଇଁ ଅନୁମତି ମିଳିବ ନାହିଁ ।

ଏବେ ବିବାହ ଉତ୍ସବରେ ସର୍ବାଧିକ 50 ଜଣଙ୍କୁ ସାମିଲ ଅନୁମତି ଦିଆଯାଇଛି । ତାଠୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ଆଣିବା ବେଳେ କେଉଁମାନେ ବିବାହରେ ସାମିଲ ହେବେ ସେମାନଙ୍କ ତାଲିକା ଦେବେ ଆୟୋଜକ । ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.