Latest Odisha News

BREAKING NEWS

ଏଣିକି ରାଜ୍ୟରେ ପ୍ରବେଶ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର: ଏଣିକି ଓଡ଼ିଶାକୁ ବୁଲି ଆସିଲେ ଆଉ ଦେଖାଇବାକୁ ପଡ଼ିବନି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କି ଟିକା ପ୍ରମାଣପତ୍ର। ରାଜ୍ୟ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଓଡିଶା ସରକାର ବାଧ୍ୟତାମୂଳକ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ଟିକାକରଣ ପ୍ରମାଣପତ୍ରକୁ ହଟାଇ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରେନ୍, ବସ୍, ବିମାନ, ଜଳପଥ କିମ୍ବା ଘରୋଇ ଯାନଗୁଡିକର ସମସ୍ତ ଯାତ୍ରା ଉପରେ ୭୨ ଘଣ୍ଟାର ନେଗେଟିଭ୍‌ ଆର୍‌ଟିପିସିଆର୍‌ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା।

Comments are closed.