Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ଲାରାଙ୍କ ନୂଆ ଅବତାର

ନୂଆଦିଲ୍ଳୀ: ଗତକାଲି ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ବେଲ୍‌ ବଟମ୍‌ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ବାନି କପୁର, ହ୍ୟୁମା କୁରେଶି ଓ ଲାରା ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ‌ତେବେ ଟ୍ରେଲର୍‌ ରିଲିଜ ହେବା ପରେ ‌ଲାରାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲାରା ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ତେବେ ଲାରାଙ୍କ ଏଭଳି ଅଦ୍ଭୁତ ରୂପାନ୍ତରଣ ସମସ୍ତଙ୍କୁ ଚକିତ କରିଛି।

ଏହି ଚଳଚ୍ଚିତ୍ର ଅଗଷ୍ଟ ୧୯ରେ ମୁକ୍ତିଲାଭ କରିବ। ତେବେ ଖିଲାଡି କୁମାରଙ୍କ ବ୍ୟତୀତ ଫିଲ୍ମରୁ ଲାରା ଦତ୍ତଙ୍କ ଅଜବ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଟ୍ରେଲରକୁ ବହୁ ମାତ୍ରାରେ ପ୍ରଶଂସା କରାଯାଇଥିବା ବେଳେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଲାରା ଦତ୍ତଙ୍କ ନୂଆ ଅବତାର।

Leave A Reply

Your email address will not be published.