Latest Odisha News

BREAKING NEWS

ବିଶିଷ୍ଟ ଲେଖକ ତଥା ଗୀତିକାର ରାହତ ଇନ୍ଦୋରୀ କରୋନା ସଂକ୍ରମିତ

ଇନ୍ଦୋର: କରୋନା ସଂକ୍ରମିତ ହୋଇଛନ୍ତି ବିଶିଷ୍ଟ ଲେଖକ, କବି ତଥା ଗୀତିକାର ରାହତ ଇନ୍ଦୋରୀ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାହତ ଇନ୍ଦୋରୀ ଲେଖିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ଗତକାଲି କୋଭିଡ୍ ଟେଷ୍ଟ କରାଇଥିଲେ । ରିପୋର୍ଟ ଏବେ ପଜିଟିଭ ଆସିଛି । ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆରୋଗ୍ୟ କାମନା କରିବା ପାଇଁ ନିଜ ଶୁଭେଚ୍ଛୁମାନଙ୍କୁ ନିବେଦନ କରିଛନ୍ତି । ଏହାସହ ତାଙ୍କୁ ଓ ପରିବାର ଲୋକଙ୍କ ଫୋନ୍ ନକରିବା ପାଇଁ ଅପିଲ କରିଛନ୍ତି ରାହତ ଇନ୍ଦୋରୀ ।

Leave A Reply

Your email address will not be published.