Latest Odisha News

BREAKING NEWS

ରାଜ୍ୟରେ ମୋବାଇଲ ଭ୍ୟାନ୍ କରିବ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ମୋବାଇଲ ଭ୍ୟାନ୍ ବୁଲି ବୁଲି କରିବ କୋଭିଡ ଟେଷ୍ଟ । ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଟେଷ୍ଟି ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏହି ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲି କରୋନା ଟେଷ୍ଟ କରିବ ବୋଲି ସୂଚନା ମିଳିଛି। ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅଗଷ୍ଟ ମାସରେ ଦୈନିକ ୧୫ ହଜାର ଟେଷ୍ଟିଂ ହେବ। କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକରେ ରହିଛି । ଆଗକୁ ବଢିବ କି କମିବ ତାହା କହିବା ଅସମ୍ଭବ । ସେରୋ ସର୍ଭିଲାନ୍ସ ପରେ ଅଗଷ୍ଟ ମାସରୁ ଦୈନିକ ୧୫ ହଜାର ଟେଷ୍ଟି ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଛି । ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲିବା ଲାଗି ଯୋଜନା କରାଯାଉଛି । ବର୍ତ୍ତମାନ ଏହା ଗଞ୍ଜାମରେ ଚାଲିଛି । ତିନୋଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ପ୍ରତିଶତ ସଂକ୍ରମିତ ଆସୁଛନ୍ତି। ତେଣୁ କୋଭିଡ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ଏଭଳି ଯୋଜନା କରାଯାଉଛି।

Comments are closed.