Latest Odisha News

BREAKING NEWS

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ ।

୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି ବ୍ୟାଗରୁ ଜବତ ହୋଇଛି ୭୦୦ କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ବିହାରର ଯୋଗେନ୍ଦ୍ର ତିୱାରୀ ଓ ଶିବଶଙ୍କର ଧୁରୀ । କୋରାପୁଟ କାଞ୍ଚନ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପଇଡ଼ ବୋଝେଇ ଟ୍ରକକୁ ଅଟକାଇଥିଲା ମାଛକୁଣ୍ଡ ଥାନା ପୋଲିସ ।

ଟ୍ରକକୁ ଯାଞ୍ଚ ବେଳେ ସତ ସାମନାକୁ ଆସିଥିଲା । କୋରାପୁଟ ଜିଲ୍ଲା ଲାମତାପୁଟରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିଲା । ଅଧିକ ଖୋଳତାଡ ଜାରି ରଖିଛି ମାଛକୁଣ୍ଡ ଥାନା ପୋଲିସ ।

Leave A Reply

Your email address will not be published.