Latest Odisha News

BREAKING NEWS

ବଢୁଛି କରୋନା ସଂକ୍ରମଣ : ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ।ଏହାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ବଢୁଛି । ଯେହେତୁ ଭାଇରସ୍ ଅଛି ତେଣୁ ସଂକ୍ରମଣ ଆଶଙ୍କା ମଧ୍ୟ ଅଛି ।ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କୋଭିଡ୍ । ସେହି ଅନୁସାରେ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଖୋର୍ଦ୍ଧାରେ ସମ୍ବଲପୁର , ସୁନ୍ଦରଗଡ ଆଦି ଜିଲ୍ଲାରେ କୋଭିଡ କେସ୍ ବଢୁଛି ।ନୂଆ ମାର୍ଗଦର୍ଶୀକାର କିଛି ଆବଶ୍ୟକତା ନାହିଁ । ବର୍ତ୍ତାମାନ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ଗାଇଡଲାଇନ ଅନୁସାରେ ଚାଲିବ । ସର୍ଭିଲାନ୍ସ କରିବା , ଟ୍ରାକ କରିବା , ଟେଷ୍ଟ କରିବା ,ଭାକ୍ସିନେସନ ବଢାଇବା , ଆଇସୋଲେଟ୍ କରିବା , ଟ୍ରିଟମେଣ୍ଟ ଫାସଲିଟି ବଢାଇବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତ। ସମସ୍ତଙ୍କୁ ସଜାଗ ହେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.