Latest Odisha News

BREAKING NEWS

[ଭିଡ଼ିଓ]ମାଲକାନଗିରି ଦୁର୍ଗମ ଇଲାକାରେ ଦୂର ହେବ ବେକାରୀ ସମସ୍ୟା

ମାଲକାନଗିରି: ଆଗକୁ ବଢିବେ ଦୁର୍ଗମ ଇଲାକା ପିଲା । କେହି ରହିବେନି ବେକାରୀ। ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ଚାକିରୀ। ଏନେଇ ମାଲକାନଗିରି ଜିଲ୍ଲା ପଲିଟେକନିକ କଲେଜରେ ଆୟୋଜିତ ହୋଇଛି କ୍ଷୁଦ୍ର ନିଯୁକ୍ତି ମେଳା । ଯେଉଁଥିରେ ପ୍ରଥମ ଦିନରେ ଜିଲ୍ଲାର ୮୩୭ ଜଣ ଯୁବକ ଯୁବତି ନିଜର ନାମ ପଞ୍ଜିକୃତ କରିଥିଲେ ।

ସେମାନଙ୍କ ମଧ୍ୟରୁ ୩୮୪ ଜଣଙ୍କୁ କର୍ମ ନିଯୁକ୍ତି ଲାଗି ଚିହ୍ନଟ କରାଯାଇଛି । ଯେଉଁ ମାନେ ତାଲିମ ନେବା ପରେ ରାଜ୍ୟର ଅନେକ ବ୍ୟାଙ୍କ ଓ ଘରୋଇ କମ୍ପାନିରେ ଚାକିରି ପାଇବେ । ପ୍ରଥମ ଦିନରେ ଜିଲ୍ଲାର ପ୍ରାୟ ଏକ ହଜାର ଯୁବକ ଯୁବତି ଏହି ମେଳାରେ ନିଜର ନାମ ପଞ୍ଜିକୃତ କରିଥିଲେ ।

-କରୋନା କାଳରେ ମାଲକାନଗିରି ଜିଲ୍ଲାର ଗରିବ ଆଦିବାସୀ ଲୋକଙ୍କ -ଘରେ ଠିକ୍ ଭାବେ ଚୁଲି ଜଳୁନଥିବା ବେଳେ ଅନେକ ପରିବାର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି ନୂଆ ଏକ ସୁଯୋଗ ଆଣିଛି । ଠିକ୍ ଏତିକି ବେଳେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକାରି ସଂସ୍ଥ୍ୟାର ଏହି କ୍ଷୁଦ୍ର ନିଯୁକ୍ତି ମେଳା ସେମାନଙ୍କ ପାଇଁ ନୂଆ ଏକ ସୁଯୋଗ ଆଣିଛି ।

-ରାଜ୍ୟ ସରକାରଙ୍କ ଉଦ୍ୟମ ବଳରେ ମାଲକାନଗିରି ଜିଲ୍ଲାର ଆଦିବାସି ପିଲାଏ ପ୍ରଥମ ଥର ଲାଗି କୌଣସି ଘରୋଇ କମ୍ପାନିରେ ସିଧା ସଳଖ ନିଯୁକ୍ତି ପାଇବାର ସୁଯୋଗ ପାଇଲେ । ଯାହା ସ୍ଥାନୀୟ ଅଞ୍ଚଳର ଗରିବ ଆଦିବାସୀ ଲୋକଙ୍କ ବିକାଶରେ ଆଉ ଏକ ମାଇଲଖୁଣ୍ଟ ସାଜିବ ନିଶ୍ଚିତ

Leave A Reply

Your email address will not be published.