Latest Odisha News

BREAKING NEWS

୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ସୋମବାରଠାରୁ ରାଜଧାନୀରେ ପୁଣି ଥରେ ୧୮ରୁ ଅଧିକ ବୟସ୍କଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି ଟିକାକରଣ। ୫ ଦିନର ବ୍ୟବଧାନ ପରେ ଏହି ବର୍ଗଙ୍କ ଲାଗି ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ରାଜଧାନୀ ଭୁବନେଶ୍ବରରେ ୧୮ରୁ ଅଧିକ ବୟସ୍କଙ୍କ ଟିକାକରଣ ଲାଗି ସର୍ବନିମ୍ନ ୨୬,୦୦୦ କୋଭାକ୍ସିନ ଡୋଜ ଆସିବ ବୋଲି ସରକାର ଆଶା କରୁଛନ୍ତି।

୧୮ରୁ ୪୪ ବୟସ ବର୍ଗରଙ୍କ ଟିକାକରଣ ପାଇଁ ବିଏମ୍‌ସି ଜୁନ୍ ୭ ରୁ ୧୨ ମଧ୍ୟରେ ଡ୍ରାଇଭ୍‌ ଇନ୍ ମୋଡ୍ କରିବ। ଏଥିପାଇଁ ସମସ୍ତ ୭ଟି ଅଭିଯାନ କେନ୍ଦ୍ରରେ ସ୍ଲଟ ବୁକିଂ ଖୋଲିଛି।

୧୮ରୁ ୪୪ ବୟସ ବର୍ଗର ପ୍ରାୟ ୧.୭ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ କରୋନା ଟିକା ନେଇସାରିଛନ୍ତି।

Comments are closed.