Latest Odisha News

BREAKING NEWS

ଶୁକ୍ରବାର ୪ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ଆଜି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି । ୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬ ହଜାର ୪୪୮ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୨ ଲକ୍ଷ ୭୧ ହଜାର ୧୨୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ ଲକ୍ଷ ୬୭ ହଜାର ୨୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୩୭ ହଜାର ୧୯୫ ଜଣ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ୪୫ ଲକ୍ଷ ୫୧ ହଜାର ୯୨ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୦ ଲକ୍ଷ ୩୯ ହଜାର ୧୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଆସନ୍ତାକାଲି ଶୁକ୍ରବାର ରାଜ୍ୟର ୪ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ଟିକାକରଣ ହେବ ନାହିଁ । ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଉଥିବା କୋଭିସିଲ୍ଡରୁ ୩ ଲକ୍ଷ ୯ ହଜାର ୭୧୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୩ ଲକ୍ଷ ୫୪ ହଜାର ୮୯୦ ଡୋଜ୍ ରହିଛି । ରାଜ୍ୟ କିଣିଥିବା କୋଭାକ୍ସିନରୁ ୩୬ ହଜାର ୧୫୦ ଡୋଜ୍ ରହିଥିବା ବେଳେ କୋଭିସିଲ୍ଡିର ୩ ଲକ୍ଷ ୬୦ ହଜାର ୨୯୦ ଡୋଜ୍ ଟିକା ଅଛି ।

Leave A Reply

Your email address will not be published.