Latest Odisha News

BREAKING NEWS

ଅର୍ଥ ପାଇଁ ଅନର୍ଥ, ଗଡିଲା ଠିକାଦାର ମୁଣ୍ଡ

କୋରାପୁଟ: ସାରା ଦେଶରେ ଆପାତକାଳୀନ ସ୍ଥିତି । ହେଲେ ଏବେ ବି ଲୋକ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରକ୍ତର ରଙ୍ଗ ଦେଖିବାକୁ ଉଚିତ୍ ମଣୁଛନ୍ତି । କିଛି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ । ସୂଚନା ଅନୁଯାୟୀ ରାମ ଖିଲ ନାମକ ଜଣେ ବ୍ୟକ୍ତି ପଟ୍ଟାଙ୍ଗୀରେ ଲିଫ୍ଟ ଇରିଗେସନ୍ ନିର୍ମାଣ କରିବା ପାଇଁ ଠିକା ନେଇଥିଲେ । ତେବେ ରାମ ଖିଲଙ୍କୁ କିଛି ଅଜଣା ଲୋକ ବାରମ୍ବାର ଟଙ୍କା ମାଗି ଆସୁଥିଲେ । ଏପରିକି ଟଙ୍କା ନଦେଲେ ରାମଙ୍କୁ ହତ୍ୟା ଧମକ ବି ମିଳିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟଙ୍କା ଦାବି କରିଥିବା ଅଭିଯୁକ୍ତମାନେ ହିଁ ରାମଙ୍କୁ କାର୍ଯ୍ୟସ୍ଥଳୀରୁ କିଛି ଦୂରକୁ ନେଇ ପିଟିପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ଏହି ମାମଲାରେ କୌଣସି ଅଭିଯୁକ୍ତ ପୋଲିସ ରାଡାରକୁ ଆସିନଥିଲାବେଳେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାମ ଖିଲଙ୍କ ମୃତ୍ୟୁ ମାମଲାର ପୋଲିସ ତଦନ୍ତ ଚଳାଇଛି । ସେପଟେ ଅଭିଯୁକ୍ତକୁ ଗିରଫ କରିବା ଲାଗି ମୃତ ରାମଙ୍କ ପରିବାର ଲୋକେ କୁନ୍ଦୁଲିଠାରେ ରାସ୍ତାରୋକ କରିଥିଲେ ।

Leave A Reply

Your email address will not be published.