Latest Odisha News

ଆଜି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ସଂକ୍ରମଣ ୧୦ ହଜାର ତଳକୁ ଆସୁନଥିବା ବେଳେ ରାଜ୍ୟରେ ଟିକାକରଣ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୯୯୭ ଜଣ କୋଭିଡ୍ ଟିକା ନେଇଛନ୍ତି । ଏଯାବତ୍ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର ୬୪୦ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ୍ ଟିକାକରଣ ହେବ ନାହିଁ ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଉଥିବା କୋଭିସିଲ୍ଡର ୧ ଲକ୍ଷ ୧୭ ହଜାର ୧୪୦ ଡୋଜ୍, କୋଭାକ୍ସିନର ୩ ଲକ୍ଷ ୭୬ ହଜାର ୮୨୦ ଡୋଜ୍ ଉପଲବ୍ଧ ଅଛି । ସେହିଭଳି ଓଡ଼ିଶା ନିଜେ କିଣିଥିବା କୋଭାକ୍ସିନରୁ ୪୮ ହଜାର ୩୫୦ ଡୋଜ୍ ଥିବାବେଳେ କୋଭିସିଲ୍ଡର ୩ ଲକ୍ଷ ୪୭ ହଜାର ୮୫୦ ଡୋଜ୍ ରହିଛି ।

ତେବେ ୪୫ ବର୍ଷରୁ ଅଧିକ ବୟସ୍କ ଏବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକିୁ ପର୍ଯ୍ୟାପ୍ତ ପରିମାଣର କୋଭିସିଲ୍ଡ ଯୋଗାଇ ଦେବାକୁ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସରକାର । ତେବେ ନିକଟରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ନେବାର ସମୟ ସୀମା ବୃଦ୍ଧି ହୋଇଛି । ପ୍ରଥମ ଡୋଜର ୧୨ ସପ୍ତାହ ଅର୍ଥାତ୍ ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ନେଇ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Comments are closed.