ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୩୯୪ଟି କେନ୍ଦ୍ରରେ ୪୯ ହଜାର ୫୫୦ ଡୋଜ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ ୬୯ ଲକ୍ଷ ୧୯ ହଜାର ୯୮୬ ଡୋଜ୍ ଟିକାକରଣ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ୨ଗୋଟି ଜିଲ୍ଲା କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ।
ରାଜ୍ୟ ପାଖରେ ଏବେ କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଭ୍ୟାକ୍ସିନର ୨ ଲକ୍ଷ ୯୬ ହଜାର ୩୫୦ ଡୋଜ୍ ଟିକା ଷ୍ଟକ ରହିଥିବା ବେଳେ କୋଭାକ୍ସିନର ୩ ଲକ୍ଷ ୪୫ ହଜାର ୯୧୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନ୍ ଟିକାରୁ ୩୧ ହଜାର ୪୬୦ ଡୋଜ୍ ଥିବାବେଳେ କୋଭାକ୍ସିନର ୩ ଲକ୍ଷ ୩୭ ହଜାର ୧୨୦ ଡୋଜ୍ ଗଚ୍ଛିତ ଅଛି ।
Comments are closed.