ଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ ଆସିଥିବା ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ବେଳେ ପ୍ରଥମେ ଏହା ରାଜଧାନୀ ଦିଲ୍ଲୀରେ ପହଁଚିଛି । ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଭାକସିନ୍ ପଠାଯିବା ନେଇ ସୂଚନା ରହିଛି ।
ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରିଛି। ଭାରତରେ ଜରୁରୀ ବ୍ୟବହାର ପାଇଁ ଏହାକୁ ଅନୁମତି ମିଳିଛି।
ପରଚେଜ୍ ଅର୍ଡର ଅନୁସାରେ ପ୍ରଥମେ ୧କୋଟି ୧୦ ଲକ୍ଷ ଟିକା ପାଇଁ ଅର୍ଡର ମିଳିଛି। ଡୋଜ୍ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ ଚୁକ୍ତି ହୋଇଛି। ବର୍ତମାନ ସେରମ ପାଖରେ ୫ କୋଟି ଟିକା ମହଜୁଦ ରହିଛି।
ଆଉ କିଛି ଦିନ ମଧ୍ୟରେ ୫ଟି କଣ୍ଟେନରରେ ଗୁଜୁରାଟ, ମଧ୍ୟ ପ୍ରଦେଶ ଓ ହରିୟାଣାକୁ ଭାକସିନ୍ ପଠାଯିବ । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ସେରମରୁ ୧ କୋଟି ୧୧ ଲକ୍ଷ ଡୋଜ୍ ଅର୍ଡର କରିଛନ୍ତି । ପୋଲିସର କଡା ସୁରକ୍ଷାରେ ଏହି ସବୁ କଣ୍ଟେନର ବିମାନବନ୍ଦର ଅଭିମୁଖେ ଯାଇଥିଲା।
Comments are closed.