Latest Odisha News

BREAKING NEWS

କରୋନା ନେଲା କରୋନା ଯୋଦ୍ଧାଙ୍କ ଜୀବନ, ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ

ରାଉରକେଲା: କରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ମହାମାରୀ କରୋନାରେ ସଂକ୍ରମିତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଅରୁଣ କୁମାର ଦାସ । ଅବସର ପରେ ପୁଣି ଥରେ ଆରଜିଏଚ ବର୍ହିବିଭାଗରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ କାର‌୍ୟ୍ୟରତ ଥିଲେ । ସେ ଅସୁସ୍ଥ ଅନୁଭବ କରିବାରୁ ଗତ ୪ ଦିନ ପୂର୍ବେ ନମୂନା ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

କୋଭିଡ ଗାଇଡଲାଇନ ଅନୂସାରେ ମୃତ ଡାକ୍ତରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ସୁନ୍ଦରଗଡ କମିଶନର, ଆର୍‌ଏମ୍‌ସି, ଏବଂ ଅଫିସରମାନେ ଉପସ୍ଥିତ ରହି ରାଉରକେଲା ବେଦବ୍ୟାସରେ ଆଜି ମଧ୍ୟାହ୍ନରେ ତାଙ୍କୁ ସମ୍ମାନର ସହ ଶେଷ ବିଦାୟ ଦିଆଯାଇଛି । ଏହାପରେ କୋଭିଡ ଗାଇଡ ଲାଇନ୍ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Leave A Reply

Your email address will not be published.