Latest Odisha News

BREAKING NEWS

ଭଦ୍ରକ ସାଂସଦ କରୋନା ପଜିଟିଭ୍ ଚିହ୍ନଟ

ଭଦ୍ରକ: ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସାଂସଦ ଲେଖିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ ସେ ନିଜର ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି । ସେ ନିଜେ ହୋମ୍ କ୍ୱାରେଂଟିନରେ ଥିବା ବେଳେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି , ନିଜକୁ ଅଲଗା ରଖି ପରୀକ୍ଷା କରାଇନେବାକୁ ସାଂସଦ ନିବେଦନ କରିଛନ୍ତି ।

ଏହାପୂର୍ବରୁ ବରଗଡ ସାଂସଦ ସୁରେଶ ପୂଜାରୀ କରୋନା ସଂକ୍ରମିତ ହୋଇଥିଲେ । ସେହିପରି ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂହ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସାଂସଦ ଏବଂ ୭ ଜଣ ବିଧାୟକ ଓ ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ସଂକ୍ରମିତ ହୋଇସାରିଛନ୍ତି ।

Leave A Reply

Your email address will not be published.