Latest Odisha News

BREAKING NEWS

‌ଲୋପ ପାଇବନି କରୋନା ଭୂତାଣୁ; ସତର୍କ ରହିବାକୁ ‘ହୁ’ ର ପରାମର୍ଶ

ନୂଆଦିଲ୍ଲୀ: ଲୋପ ପାଇବ ନାହିଁ କରୋନା ଭୂତାଣୁ। ଏ ନେଇ ହୁ ସ୍ବାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନ୍ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୯ରୁ ସ୍ବାଇନ୍‌ ଫ୍ଲୁ ଭୂତାଣୁର ଏବେ ବି ବ୍ୟାପି ଚାଲିଛି।

ଅଧିକ ଟିକାକରଣ ସହିତ ରୋଗ ପ୍ରତିରୋଧକ ଶକ୍ତି ହାସଲ କରାଯାଇପାରିବ ଏବଂ ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବା ମାମଲା ମଧ୍ୟ କମିପାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କୋଭିଡ୍‌ ଏବେ ବିଶ୍ବ ପାଇଁ ଏକ ଚିନ୍ତାର ବଷୟ ପାଲଟିଛି।

୨୦୦୯ ମସିହାରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ୨୦୦୯ ମସିହାରେ ସ୍ୱାଇନ୍ ଫ୍ଲୁ ମହାମାରୀରେ ୨,୮୪,୫୦୦ ଲୋକ ପ୍ରାଣ ହରାଇଥିଲେ। ହୁ ଏହାକୁ ପରବର୍ତ୍ତୀ ସମୟରେ ମହାମାରୀ ଭାବେ ଘୋଷଣା କରିଥିଲା।

Leave A Reply

Your email address will not be published.