Latest Odisha News

BREAKING NEWS

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

      ଡାକ୍ତର ରଣଦୀପ ଗୁଲେରିଆ, ନିର୍ଦ୍ଦେଶକ, ଏମ୍ସ

ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ କରୋନାଭାଇରସ୍ । ଏହି ଉକ୍ତିକୁ ନେଇ ଅନୋକ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ନିକଟରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହି ଦ୍ୱନ୍ଦକୁ ସ୍ପଷ୍ଟ କରିଛନ୍ତି ।

ଡାକ୍ତର ରଣଦୀପଙ୍କ ଅନୁଯାୟୀ କ୍ରସ୍ ଭେଣ୍ଟିଲେସନରେ ହିଁ ଏସି ବିପଦ ସାବ୍ୟସ୍ତ ହୋଇପାରେ । ଯଦି ଘରେ ୱିଣ୍ଡୋ କିମ୍ବା ସ୍ପ୍ଲିଟ୍ ଏସି ଲାଗିଛି ତେବେ ଆପଣଙ୍କ ଘରର ପବନ ସେହି ଘରେ ହିଁ ସୀମିତ ରହିବ । ସେଥିପାଇଁ ଏହି ଦୁଇ ପ୍ରକାର ଏସି ବ୍ୟବହାରରେ କୌଣସି ଅସୁବିଧା ନାହିଁ ।

ହେଲେ ସେଣ୍ଟ୍ରାଲ ଏସିରେ କରୋନା ସଂକ୍ରମଣର ଆଶଙ୍କା ଦେଖାଦେଇପାରେ । ସେଣ୍ଟ୍ରାଲ ଏସି ର ପବନ ଏକାଧିକ ଘର କିମ୍ବା ବିରାଟକାୟ କ୍ଷେତ୍ରକୁ ଯାତାୟତ କରିଥାଏ । ଯଦି ଅନ୍ୟ କେଉଁ ଘରେ କିମ୍ବା ଅଫିସରେ କାହାକୁ କାଶ କିମ୍ବା ଛିଙ୍କ ହୋଇଥାଏ । ତେବେ ସଂକ୍ରମଣ ଅନ୍ୟ ଘରକୁ ପବନ ଜରିଆରେ ପ୍ରବାହିତ ହୋଇଥାଏ ।

ଏହି କାରଣରୁ ହସ୍ପିଟାଲ ଗୁଡିକରେ ଥିବା ସେଣ୍ଟ୍ରାଲ ଏସିକୁ ବାହାର କରି ସ୍ପ୍ଲିଟ୍ ଓ ୱିଣ୍ଡୋ ଏସି ଲଗାଯାଉଥିବାବେଳେ ଅଫିସ୍ ଗୁଡିକୁ ବନ୍ଦ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.