Latest Odisha News

BREAKING NEWS

ଗାଡି ଛାଡିଲାନି ପୋଲିସ, ଅସୁସ୍ଥ ବାପାକୁ କାନ୍ଧରେ ବୋହି ନେଲା ପୁଅ

କେରଳ: କରୋନା ପାଇଁ ସାରା ଦେଶ ଲକଡାଉନ୍ । କିନ୍ତୁ ମେଡିକାଲ ଏବଂ ଜରୁରୀ କାମ ପାଇଁ ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ମିଳିଛି । ହେଲେ ଅନେକ ସ୍ଥାନରେ ପୋଲିସ ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନୁନି । ଲକଡାଉନ୍ ଯୋଗୁଁ ପୋଲିସ ଗାଡି ନଛାଡିବାରୁ ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହି ହସ୍ପିଟାଲରୁ ୧ କିଲୋମିଟର ଯାଏଁ ଚାଲି ଚାଲି ଆସିଲା ପୁଅ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେରଳରେ ।

କେରଳରେ କୋଲ୍ଲାମର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ହସ୍ପିଟାଲରୁ ଅସୁସ୍ଥ ବାପାଙ୍କୁ ଧରି ପୁଅ ଜଣଙ୍କ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ।
ହେଲେ ବାଟରେ ଲକଡାଉନ୍ ଯୋଗୁଁ ପୋଲିସ ସେମାନଙ୍କ ଗାଡିକୁ ଅଟକାଇଥିଲା । ଏପରିକି ସମସ୍ତଙ୍କୁ ଅଟୋରୁ ଓହ୍ଲାଇ ମଧ୍ୟ ଦେଇଥିଲା ପୋଲିସ । ପୋଲିସ ସେମାନଙ୍କୁ ଆଗକୁ ଯିବାକୁ ଦେଇନଥିଲା । ଫଳରେ ଅନ୍ୟ କୌଣସି ବିକଳ୍ପ ନପାଇ ୬୫ ବର୍ଷୀୟ ରୋଗୀଣା ବାପାକୁ ପୁଅ ନିଜ କାନ୍ଧରେ ବୋହି ପ୍ରାୟ ୧ କିଲୋମିଟର ବାଟ ଚାଲି ଚାଲି ଯାଇଥିଲେ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପଟେ ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.