Latest Odisha News

BREAKING NEWS

କଟକରେ ୧୩ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: କଟକରେ ମଙ୍ଗଳବାର ଦିନ ୮୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ ।

ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ସର୍ବାଧିକ ୩୨ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ସେହିପରି ବଡମ୍ବାରୁ (୨୫), ମାହାଙ୍ଗା (୨୨), ଏନ୍‌. କୋଇଲିରୁ (୨), କଣ୍ଟପଡାରୁ (୧), କଟକ ସଦରରୁ (୧) ଓ ଆଠଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୩୬୮ଟି ସକ୍ରିୟ ମାମଲା ରହିଥିବା ବେଳେ ୯୪୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୯ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.