Latest Odisha News

BREAKING NEWS

ଲକଡାଉନରେ ପୋଲିସର ମାଡ ଥିଓରୀ: ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା: ଝାରସୁଗୁଡାରେ ଲକଡାଉନରେ ଘରୁ ବାହାରିଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି ।

ଏସପି ଜାରି କରିଥିବା ପ୍ରେସନୋଟରେ ଉଲ୍ଲେଖ ରହିଛି ଯେ, ଝାରସୁଗୁଡା ସହରରେ ଜଣେ ଯୁବକଙ୍କୁ ପୋଲିସ କର୍ମଚାରୀ ଚାପୁଡା ମାରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ନଜରକୁ ମଧ୍ୟ ଏହି ଭିଡିଓ ଆସିଛି ଏବଂ ସେ ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡା ସହର ଉପରେ ଦୁଇ ଜଣ ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ନିର୍ଘାତ ମାଡ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗଣମାଧ୍ୟମରେ ମଧ୍ୟ ଏହି ଭିଡିଓ ପ୍ରସାରଣ ହୋଇଥିଲା । ଏହାପରେ ଆକ୍ସନ ମୋଡକୁ ଆସିଛନ୍ତି ଏସପି ।

Leave A Reply

Your email address will not be published.