Latest Odisha News

BREAKING NEWS

ଦେଶରେ ୪୪ ଶହ ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪ ଶହ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏଥିସହିତ ୨ ଲକ୍ଷ ୨୨ ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭କୁ ବୃଦ୍ଧି ପାଇଛି।

ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୪୪୫୪ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୩ ଲକ୍ଷ ୦୩ ହଜାର ୭୨୦ ଜୀବନ ନେଲାଣି।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୩,୦୨,୫୪୪। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୩୭ ଲକ୍ଷ ୨୮ ହଜାର ୦୧୧ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୨୭ ଲକ୍ଷ ୨୦ ହଜାର ୭୧୬।

Leave A Reply

Your email address will not be published.