Latest Odisha News

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୩୨୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ  ରିପୋର୍ଟରେ ପ୍ରକାଶ ।

ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ ଚିକିତ୍ସିତ ରୋଗୀ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ ରିପୋର୍ଟରେ ପ୍ରକାଶ କରାଯାଇଛି ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।

Leave A Reply

Your email address will not be published.