Latest Odisha News

BREAKING NEWS

ବଢୁଛି ମାମଲା: ବିଶ୍ୱରେ ସାଢ଼େ ୩୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୬୬ ହଜାର ୩୩୬ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୮୭୩ ଛୁଇଁଛି।

ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୫୯ ଜଣ ନୂଆ କରି ଆକ୍ରାନ୍ତ ହୋଇଥିବା ବେଳେ ୩୪୬୪ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ସେଥିରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଛନ୍ତି ।

କରୋନା ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୦ ଓ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୩୯ ହୋଇଥିବା ବେଳେ ଏହାକୁ ଟପି ଯାଇଛି ଇଟାଲୀ ଓ ଆମେରିକା ।

ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି।
ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହାଜରେ ଟପି ୧୩୦୦ ଟପିଲାଣି ।

ଏହାର ଭୟବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ମହମାରୀ ରୂପେ ଘୋଷଣା କରିଥିଲେ।

Leave A Reply

Your email address will not be published.