Latest Odisha News

BREAKING NEWS

ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଆନ୍ତୁ ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ସାମ୍ପ୍ରତିକ କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଆମ ଶରୀରକୁ କରୋନାଭାଇରସ ପ୍ରଭାବରୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଆବଶ୍ୟକ ତାହା ଜାଣିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ମହାମାରୀରେ ସୁସ୍ଥ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି, ସରକାର ‘ମାଏଗଭ୍‌ଇଣ୍ଡିଆ’ ଟ୍ୱିଟର ହ୍ୟାଣ୍ଡେଲରେ କିଛି ଖାଦ୍ୟ ସାମଗ୍ରୀ ତାଲିକାଭୁକ୍ତ କରିଛନ୍ତି, ଯାହାକି କୋଭିଡ ସଙ୍କଟ ମଧ୍ୟରେ ସମସ୍ତଙ୍କୁ ନିଜର ପ୍ରାକୃତିକ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ସଠିକ୍ ପରିମାଣରେ ସଠିକ୍ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ସର୍ବଦା ଭଲ। କୋଭିଡ୍ ରୋଗୀମାନେ ସେହିସବୁ ଖାଦ୍ୟ ଖାଇବା ଉଚିତ ଯାହା ସେମାନଙ୍କୁ ସେମାନଙ୍କର ମାଂସପେଶୀ, ରୋଗ ପ୍ରତିରୋଧକ ଶକ୍ତିକୁ ପୁନଃ ନିର୍ମାଣରେ ସାହାଯ୍ୟ କରିବ।

ରାଗି, ଓଟସ୍ ପରି ଖାଦ୍ୟ ବ୍ୟବହାର କରିବା ଶରୀର ପାଇଁ ଭଲ। ଚିକେନ୍, ମାଛ, ଅଣ୍ଡା, ସୋୟା, ବାଦାମ ଏବଂ ନଟ୍‌ସ ପରି ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ। କୋଭିଡ୍‌ ରୋଗୀମାନେ ବାଦାମ, ଅଲିଭ୍ ତେଲ ଏବଂ ସୋରିଷ ତେଲ ପରି ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ୍।

ଶାରୀରିକ ବ୍ୟାୟାମ ମଧ୍ୟ ଏହି ସମୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗାଇଡଲାଇନରେ ଦର୍ଶାଯାଇଛି ଯେ ଯୋଗ ଏବଂ ପ୍ରାଣାୟାମ ପରି ନିୟମିତ ଶାରୀରିକ ବ୍ୟାୟ୍ୟାମ ଶରୀରରେ ରୋଧପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ।

ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ ପାଇବା ପାଇଁ ଫଳ ଏବଂ ପନିପରିବାର ସେବନ ଅତ୍ୟନ୍ତ ଜରୁରୀ। ଚିନ୍ତାରୁ ମୁକ୍ତି ପାଇବା ପାଇଁ ଅତିକମରେ ୭୦ ପ୍ରତିଶତ କୋକୋ ସହିତ ଅଳ୍ପ ପରିମାଣର ଡାର୍କ ଚକୋଲେଟ୍ ଖାଇବା ମଧ୍ୟ ବେଶ୍‌ ଭଲ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଦିନରେ ଥରେ ହଳଦୀ ମିଶା କ୍ଷୀର ପିଇବା ଅତ୍ୟନ୍ତ ଜରୁରୀ।

Leave A Reply

Your email address will not be published.