Latest Odisha News

BREAKING NEWS

ଢାବା ମାଲିକ ଗିରଫ, ବିପୁଳ ପରିମାଣର ମଦ ଜବତ

ଢେଙ୍କାନାଳ: ଲାଭଖୋର ଢାବା ମାଲିକଙ୍କ ଅଭିନବ ଉପାୟ । ଲକଡାଉନ୍‌ରେ ଚଢା ଦରରେ ବେଆଇନ ଭାବେ ମଦ ବିକି ମାଲାମାଲ ହେବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ଅବକାରୀ ବିଭାଗ ସବୁ ଯୋଜନାକୁ ଭଣ୍ଡୁର କରିଦେଇଥିଲା । ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢାବାରୁ ଜବତ ହୋଇଛି ବିପୁଳ ପରିମାଣର ବିଦେଶୀ ମଦ ।

ରାଜକୁମାର ଢାବା ଉପରେ ଚଢାଉ କରି ଅବକାରୀ ବିଭାଗ ମଦ ଜବତ କରିବା ସହ ଢାବା ମାଲିକ ଓ ତାଙ୍କ ଭାଇକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଟିପିଲେଇ ଗାଁର ଉମାଶଙ୍କର ଖିଲାର ଓ ଅବିନାଶ ଖିଲାର ।

ଆଜି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ବ୍ଲକ ଅବକାରୀ ଇନ୍ସପେକ୍ଟର ସମୀର ମହାନ୍ତି, କାମାକ୍ଷାନଗର ଅବକାରୀ ଅଧିକାରିଣୀ ମାନସୀ ସାହୁ ଓ ଜିଲ୍ଲା ମୋବାଇଲ୍ ସ୍କ୍ୱାର୍ଡ ଟିପିଲେଇ ଗାଁରେ ଚଢାଉ କରିଥିଲେ । ଚଢାଉରେ ରାଜକୁମାର ଢାବା ଓ ଢାବା ମାଲିକଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.