Latest Odisha News

BREAKING NEWS

କରୋନା ଅପଡେଟ୍: ଭାରତରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୭୩୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଭାରତର ମହାରାଷ୍ଟ୍ର ରାଜ୍ୟ କରୋନାରେ ସର୍ବାଧିକ । ସଦ୍ୟତମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିଥିବା ବେଲେ ମୃତ୍ୟୁ ସଂଖ୍ୟା ୫୦ ଟପିଛି ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରିବା ସତ୍ତ୍ୱେ ମଧ୍ୟ ଏହାର ବିସ୍ତାର ନିତ୍ୟାନ୍ତ ପକ୍ଷେ ଏକ ଚିନ୍ତାର ବିଷୟ ।

Comments are closed.