Latest Odisha News

ଭାରତରେ ଲଂଚ ହେବ ପ୍ରଥମ କୋଭିଡ୍‌-୧୯ ଟେଷ୍ଟିଂ କିଟ୍ !

ମୁମ୍ବାଇ: ଭାରତର ଅଣୁ ନିଦାନ କମ୍ପାନୀ Mylabs ଲଂଚ କରିବ ପ୍ରଥମ କରୋନା ଟେଷ୍ଟିଂ କିଟ୍ । ଏହି କିଟ୍ କୁ Reverse Transcription – polymerase chain reaction ବା (RT-PCR) ଟେଷ୍ଟ ଭାବେ ନାମିତ କରାଯାଇଛି ।

ମୁମ୍ବାଇର ଲୋକାଲ୍ ନ୍ୟୁଜ୍ ଏଜେନ୍ସି ମୁମ୍ବାଇ ଲାଇଭ ଅନୁଯାୟୀ ଏହି ଟେଷ୍ଟିଂ କିଟ୍‌କୁ Indian FDA/Central DRugs Standard Control Organisation (CDSCO) କମର୍ସିଆଲି ମଂଜୁରୀ ଦେଇଛି ।

ବିଶେଷ ସୁତ୍ରରୁ ଜଣାପଡିଛି ତାଜା ସ୍ଥିତିରେ କରୋନା ଟେଷ୍ଟିଂ ପାଇଁ ୪ ଘଣ୍ଟା ସମୟ ଲାଗୁଛି । ହେଲେ ପୁଣେସ୍ଥିତ ଏହି କମ୍ପାନୀ ନିର୍ମିତ ଟେଷ୍ଟିଂ କିଟ୍ ମାତ୍ର ୨.୫ ଘଣ୍ଟାରେ କୋଭିଡ୍‌-୧୯ ପରୀକ୍ଷଣର ଫଳାଫଳ ଦେଇପାରିବ ।

ଏହି କିଟ୍‌କୁ ବିକଶିତ କରିବାରେ ମାଇ ଲ୍ୟାବ୍‌, ବ୍ରିହାନ୍‌ମୁମ୍ବାଇ ମୁନିସିପାଲ୍ କର୍ପୋରେସନ୍ ଓ କସ୍ତୁରବା ହସ୍‌ପିଟାଲ୍‌ର ସହଯୋଗୀତା ରହିଛି ।

ରିପୋର୍ଟ ଅନୁଯାୟୀ ଏହି କିଟ୍ ବଡ୍ ଲ୍ୟାବରେ ହଜାରେ ନମୁନା ଓ ଛୋଟ ଲ୍ୟାବରେ ୨୦୦ଟି ନମୁନା ପରୀକ୍ଷଣ କରିପାରିବ । ଭାରତୀୟ ମୂଲ୍ୟରେ ଟେଷ୍ଟିଂ କିଟ୍ ର ଦାମ ମାତ୍ର ୧୨ଶହ ଟଙ୍କା ରହିଛି ।

Leave A Reply

Your email address will not be published.