Latest Odisha News

କରୋନା ସଚେତନତା ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

ଭୁବନେଶ୍ୱର: ବିଭିନ୍ନ ସମୟରେ ସାମାଜିକ ପ୍ରସଙ୍ଗକୁ ନେଇ ଥିମ୍ ଭିତ୍ତିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିବା ଗଜପତି ଏସ୍‌ପି ସାରା ଶର୍ମା ଏବେ କରୋନା ସଚେତନତା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ନିଜେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଉଦ୍ୟମକୁ ସୋସିଆଲ ମିଡିଆ ସହ ସବୁ ସ୍ତରରେ ପ୍ରଶଂସା କରାଯାଉଛି ।

‘କରୋନା କରୋନା କରୋନା … ସଚେତନ ରୁହ ଭାଇନା…’ ଏହି ଗୀତ ଜରିଆରେ ସେ ଲୋକମାନଙ୍କୁ ହାତ ଧୋଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦେଇଛନ୍ତି । ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ଏହି ଗୀତରେ ସାରାଙ୍କ ସହ ଗାଇଛନ୍ତି ହିଂମାଶୁ ପଟ୍ଟନାୟକ ।

Leave A Reply

Your email address will not be published.